ଭୁବନେଶ୍ୱର : ରଙ୍ଗ ରୁଟରେ ଗାଡି ଚଳାଇବା ପଡିଲା ମହଙ୍ଗା । ନନ୍ଦନକାନନରୁ ଜୟଦେ ବିହାର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ଘଟଣା ସ୍ଥଳରୁ ଉଭୟ ବାଇକକୁ ଜବତ କରି ଖୋଳ ତାଡ଼ ଜାରି ରଖିଛି ଚନ୍ଦ୍ରଶେଖର ପୁର ଏବଂ ଇନଫୋସିଟି ଥାନା ପୋଲିସ ।
Views: 96











