ଭୁବନେଶ୍ୱର : ରଘୁବର ଦାସ ଓଡିଶାର ନୂଆ ରାଜ୍ୟପାଳ ନିଯୁକ୍ତ । ରାଜ୍ୟପାଳ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିବୃତି ଜାରି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ୧୯୫୫ ମସିହା ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୨୦୧୪ ଡିସେମ୍ବର ୨୮ ତାରିଖରେ ଶପଥ ନେଇଥିଲେ। ଝାଡ଼ଖଣ୍ଡ ବିଜେପିରେ ସେ ୨ ଥର ସଭାପତି ହୋଇଥିଲେ। ଏହା ପୂର୍ବରୁ ରଘୁବର ଦାସ ଟାଟା ଷ୍ଟିଲର ଜଣେ କର୍ମଚାରୀ ଥିଲେ। ସେ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିଲେ। ରଘୁବର ଦାସ ଏବେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି । ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ତେବେ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ସରିଥିଲା। କିନ୍ତୁ କିଛି ମାସ ପାଇଁ ତାଙ୍କ କାର୍ୟ୍ୟକାଳ ସଂପ୍ରସାରଣ କରାଯାଇଥିଲା। ସୂଚନା ମିଳଛି କି ଏଇ ଦୁଇ ତିନି ଦିନ ମଧ୍ୟରେ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ବ ନେଇପାରନ୍ତି।
Views: 78