ଖଲ୍ଲିକୋଟ : ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଅଭାବନାୟ ଘଟଣା । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । ସୂଚନା ଅନୁସାରେ ଆକାଶ ପରିଡ଼ାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଆରତୀ । ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ନିର୍ୟାତନା ଦେଉଥିବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଶାଶୁ ବୋହୂ ଭିତର ବଚସା ହୋଇଥିଲ । ଆଜି ସକାଳେ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଥିବା ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ଆରତୀଙ୍କ ଶରୀରର ୪୦% ପୋଡିଯାଇଛି । ମେଡ଼ିକାଲରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।
Views: 53











