ଯାଜପୁର : ଯୌତୁକ ଦାବିରେ ଶାଶୁଘର ଲୋକେ ନବବିବାହିତା ମହିଳାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହେଲେ ଜୈନିକା ମହିଳା । ଅଭିଯୋଗ ମୁତାବକ ଜୈନିକା ମହିଳା ଗତ ୨୨ଏପ୍ରିଲ ୨୦୨୨ରେ ଟମକା ଥାନା ଅନ୍ତର୍ଗତ ତେଲିବେଢା ଗ୍ରାମର ସୁବାସ ବାରିକଙ୍କ ପୁଅ ତପନଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ହୋଇଥିଲା ବିବାହ । ଧର୍ମୀୟ ମତରେ ଉଭୟ ପରିବାରଙ୍କ ସହମତିରେ ନୂଆପଡା ଜଗନ୍ନାଥ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ଏଥିସହିତ ଭୁବନେଶ୍ବର କୋର୍ଟରେ ନୋଟାରୀଙ୍କ ମାଧ୍ୟମରେ ବିବାହ ମଧ୍ୟ ହୋଇଥିଲା । ବିବାହ ସମୟରେ ଝିଅ-ଜ୍ବାଇଁଙ୍କୁ ନଗଦ ଦେଢ ଲକ୍ଷ ଟଙ୍କା ସହିତ ସୁନାଗହଣା ମଧ୍ୟ ଦିଆଯାଇଥିଲା । ବିବାହ ପରେ ଏହି ଦମ୍ପତ୍ତି ଭୁବନେଶ୍ବର ଝାରପଡା ୟୁକୋ ବ୍ୟାଙ୍କ କଲୋନୀ ସ୍ଥିତ ଏକ ଭଡାଘରେ ରହୁଥିଲେ । ତେବେ ବିବାହର ଦୁଇମାସ ପରେ ଶାଶୁଘରକୁ ଆସିବା ସମୟରେ ଶାଶୁଘର ଲୋକେ ତାଙ୍କୁ ଅଧିକ ଯୌତୁକ ଦାବିକରି ଅକଥନୀୟ ନିର୍ୟ୍ୟାତନା ଦେଇଥିବା ଜୈନିକା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପରେ ଦମ୍ପତ୍ତି ଏକତ୍ର ପ୍ରାୟ ୭ମାସ ଧରି ରହିବା ପରେ ସ୍ବାମୀ, ଶାଶୁ, ଶ୍ବଶୁର ଓ ଦିଅରଙ୍କ ଦ୍ବାରା ଜୋରଜବରଦସ୍ତ ୩ମାସର ଗର୍ଭନଷ୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି ଜୈନିକା ମହିଳା। ଏପରିକି ଦିଅରଙ୍କ ଦ୍ବାରା ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଜୈନିକା ମହିଳା ଟମକା ଥାନାରେ ଦାବି ଜଣାଇଛନ୍ତି । ଟମକା ପୋଲିସ୍ ଅଭିଯୋଗକୁ ଭିତ୍ତି କରି କେସ ନଂ-୮୮/୨୩ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ତପନ ବାରିକଙ୍କୁ ଥାନରେ ଅଟକ ରଖି ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।ଏପଟେ ତଦନ୍ତ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।
ଯୌତୁକ ଦାବି କରି ନବ ବିବାହିତାଙ୍କୁ ନିର୍ଯ୍ୟାତନା,ଥାନାର ଦ୍ବାରସ୍ଥ ହେଲେ ମହିଳା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







