ଭୁବନେଶ୍ୱର : ଯୁବତୀ ଓ ମହିଳାଙ୍କ ସୁରକ୍ଷା ନେଇ ଅପରାହ୍ନ ୩ଟାରେ ହେବ ବଡ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିବ । ଉନ୍ନୟନ କମିଶନରଙ୍କ ସହ ଉପସ୍ଥିତ ରହିବେ ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଆଇଜି ଓ ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ ଯୋଗ ଦେବେ । ଗୃହ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଉପସ୍ଥିତ ରହିବେ ।
ରାଜ୍ୟରେ ଏବେ ମହିଳାଙ୍କୁ ଅସଦାଚରଣ , ଅପରାଧ, ଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । କେଉଁଠି ମହିଳାଙ୍କୁ ଦୁର୍ବ୍ୟବହାର ହେଲାଣି ତ ଆଉ କେଉଁଠି ଦୁଷ୍କର୍ମ । ସ୍କୁଲ , କଲେଜ ଓ ବିଶ୍ୱ ବିଦ୍ୟାଳୟରୁ ଅନେକ ଘଟଣା ସାମ୍ନାକୁ ଆସୁଛି ।ନିକଟରେ ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶୀ ଆତ୍ମାହୁତି ଘଟଣା ହେଉ ବା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ଦେବା ଘଟଣା ରାଜ୍ୟକୁ ଦୋହଲାଇ ଦେଇଛି । ନାରୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ବିପର୍ଯ୍ୟସ୍ଥ ହେଲାଣି । ନାରୀ ସୁରକ୍ଷା ଦିଗ ପ୍ରତି ସରକାର କେତେ ସଚେତନ ବା ଆଗକୁ କଣ ସବୁ ନିୟମ ଆଣୁଛନ୍ତି ତାହା ଦେଖିବାକୁ ରହିଲା ।
ଯୁବତୀ-ମହିଳା ସୁରକ୍ଷା ନେଇ ହେବ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











