ଆଠଗଡ : ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ନେଇ ସସପେନ୍ସ । ତାରିଣୀ ଛକ ଅଂଶୁପା ହୋଟେଲ ପଛପଟ ଘର ଭିତରେ ଠାବ । ହୋଟେଲରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଆଠଗଡ ପୋଲିସର ଛାନଭିନ । ମୃତ ଯୁବତୀ କର୍ମଚାରୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଆଠଗଡ଼ ଅଂଚଳର ଏକ ନାମୀ ହୋଟେଲରେ କାର୍ୟ୍ୟରତ ଥିଲେ । ସେ ଏହି ହୋଟେଲରେ କିଛି ମାସ ଧରି ସେଲ୍ସେ ମ୍ୟାନ ଭାବେ କାର୍ୟ୍ୟ କରୁଥିଲେ । ସେ ଜୀବନ ହାରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Views: 44











