ଖୋର୍ଦ୍ଧା : ହାତୀ ଆକ୍ରମଣରେ ଯୁବକଙ୍କ ଚାଲିଗଲା ଜୀବନ । ବେଗୁନିଆ ଭୂଆଶୁଣୀପାଟଣା ଗାଁ ସ୍କୁଲ ନିକଟରେ ଅଘଟଣ ଘଟିଛି । ଭୂଆଶୁଣୀପାଟଣାରେ ୧୫ ଟିକିଆ ହାତୀପଲଙ୍କ ଜାରି ରହିଛି ଉପଦ୍ରବ । ହାତୀପଲ ରାତିସାରା ଗାଁଭିତରକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ଥିବା ଧାନ ଫସଲକୁ ଦଳି ନଷ୍ଟ କରୁଛନ୍ତି। ଆଜି ସକାଳୁ ଭୁଆସୁଣି ପାଟଣା ଅଞ୍ଚଳର ପ୍ରିୟବ୍ରତ ପରିଡ଼ା ନାମକ ଯୁବକ ଜଣକ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ବେଗୁନିଆ, ବାଘମାରି, ଭୁଆସୁଣିପାଟଣା, ପରିଛଳ, ଗୋଡ଼ି ଓ ଅଟ୍ରି ଅଞ୍ଚଳରେ ହାତୀମାନେ ଘରେ ଘରେ ପଶି ଭାଙ୍ଗାରୁଜା କରୁଛନ୍ତି।
Views: 35











