ସୁନ୍ଦରଗଡ : ପୁଣି ହାତୀ ମଣିଷର ଲଢେଇରେ ବଳି ପଡିଗଲା ମଣିଷ । ଅନେକ ସମୟରେ ହାତୀ ମାନେ ବଣ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ଖାଇ ନଷ୍ଟ କରୁଛନ୍ତି । ଯାହା ଫଳରେ ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ବଡଗାଁ ରେଞ୍ଜ ଫୁଲବାରୀ ପଞ୍ଚାୟତ ଲାଖପଡା ଗାଁରେ ଆତଙ୍କ । ହାତୀ ଘର ଭାଙ୍ଗୁଥିବା ବେଳେ ଦୈାଡି ପଳାଉଥିଲେ ଯୁବକ । ଯୁବକଙ୍କୁ କଚାଡି ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ।
Views: 74