ଯାଜପୁର : ବିକ୍ରି ଶିଶୁ ପୁତ୍ର ଢେଙ୍କାନାଳ ଭୁବନ ଅଞ୍ଚଳରୁ ଉଦ୍ଧାର । ବଡ ସୁଆଁର ଗାଁରେ ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ ହୋଇଥିଲା । ଶିଶୁକୁ ବେଆଇନ ଭାବେ ରଖିଥିବା ଦମ୍ପତ୍ତି ମଧ୍ୟ ଅଟକ । ଯାଜପୁର ବ୍ଲକ ବଡସୁଆର ଅଞ୍ଚଳର ପ୍ରଶାନ୍ତ ପରିଡା ଏବଂ ପୂଜାଙ୍କ ୮ ବର୍ଷର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ଠାରୁ ସ୍ତ୍ରୀ ଅଲଗା ରହିବାବେଳେ ସ୍ତ୍ରୀ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଶିଶୁପୁତ୍ରକୁ ଏବେ ୮ ବର୍ଷ ହୋଇଥିବା ବେଳେ ତାଙ୍କୁ ଭୁବନ ଅଞ୍ଚଳର ସନ୍ତୋଷ କୁମାର ନାୟକଙ୍କ ଘରୁ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଶିଶୁକୁ ଆଣି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମରେ ରଖିଥିବା ସୂଚନା ମିଳିଛି।
Views: 113











