ଯାଜପୁର : ଯାଜପୁରରେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମର ତନାଘନା । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ । କ୍ରାଇମ୍ ବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଏସ୍ପି ସରୋଜକାନ୍ତ ମହାନ୍ତ ଯାଜପୁର ସଦର ଥାନା କେସ ନମ୍ବର ୩୩୦ର ତଦନ୍ତ ଭାର ନେଇଛନ୍ତି। ସେହିପରି ଯାଜପୁର ଟାଉନ୍ ଥାନା କେସ ନମ୍ବର ୪୬୯ର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ ଇନ୍ସପେକ୍ଟର ବିଜିତ୍ କୁମାର ବେହେରାଙ୍କୁ ଦିଆଯାଇଥିବା ବେଳେ ଏହି ଥାନା କେସ ନମ୍ବର ୪୭୦ର ତଦନ୍ତ ଭାର ଡିଏସ୍ପି ମମତା ଜେନାଙ୍କୁ ଦିଆଯାଇଛି। ଆଜି କ୍ରାଇମ୍ ବ୍ରାଞ୍ଚ ଟିମ୍ ଯାଜପୁର ଟାଉନ୍ ଥାନା ଓ ସଦର ଥାନାକୁ ଆସି ଘଟଣା ସଂପର୍କରେ ତଦନ୍ତ କରିଛନ୍ତି। ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ ପରେ ବିଜେଡି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଅପରପକ୍ଷରେ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସହ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ସାକ୍ଷାତ କରି ଆଲୋଚନା କରିଛନ୍ତି।
ଯାଜପୁରରେ କ୍ରାଇମବ୍ରାଞ୍ଚର ତନାଘନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











