ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନାମରେ ଆଉ ଏକ ରେକର୍ଡ । ତାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କର ତୁସାଡ ମ୍ୟୁଜିଅମରେ ସ୍ଥାପନ ହେବାକୁ ଯାଉଛି । ଗତ ୬ ବର୍ଷ ଧରି ବାବା ରାମଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଆଜିର ସମାରୋହ ପରେ ନ୍ୟୁୟର୍କକୁ ପଠାଯିବାକୁ ଥିବା ଏହି ପ୍ରତିମୂର୍ତ୍ତି ଦିଲ୍ଲୀରେ ଆସି ପହଞ୍ଚିଛି । ଯୋଗ ଗୁରୁ ବାବା ରାମଦେବ ନିଜେ ଜାନୁଆରୀ ୩୦ ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହି ଉତ୍ସବରେ ବାବା ରାମଦେବଙ୍କ ସହ ଜଡିତ ପତଞ୍ଜଳି ଯୋଗପୀଠର ସହ-ପ୍ରତିଷ୍ଠାତା ଆଚାର୍ୟ୍ୟ ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଯୋଗପୀଠ (ୟୁକେ) ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ମଧ୍ୟ ଉପସ୍ଥିତ ରହିବେ । ଏହା କେବଳ ଏକ ସମାରୋହ ନୁହେଁ ବରଂ ଭାରତୀୟ ସଂସ୍କୃତି, ସନ୍ୟାସ ଏବଂ ବିଶେଷକରି ସନାତନ ଧର୍ମ ଏବଂ ସନାତନ ଯୋଗ ପରମ୍ପରାର ବିଶ୍ୱବ୍ୟାପୀ ପ୍ରଭାବର ଏକ ପଦକ୍ଷେପ ।
Views: 92











