The Ultimate Managed Hosting Platform
ADVERTISEMENT

‘ମୋ ବସ୍’ର ନୂଆ ମୋବାଇଲ୍ ଆପ୍ ଉନ୍ମୋଚିତ

Facebook
Twitter
LinkedIn

ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ। ବସ୍ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍ ନେଇ ପାରିବେ। ଆପ୍ ମାଧ୍ୟମରେ ମଧ୍ୟ ଟିକଟ ପାଇପାରିବେ। ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କ୍ରୁଟ୍ ଅଧ୍ୟକ୍ଷା ଏଭଳି ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂଆ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି। ଯେଉଁଥିରେ ଚଳନ୍ତା ବସ୍ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ। ଏହି ଆପ୍କୁ ବ୍ୟବହାର କରି ଯାତ୍ରୀମାନେ ଅନ୍ଲାଇନ୍ ଟିକଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ। ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି। ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login