ଜଗତସିଂହପୁର : ଛତୁଆ ପ୍ୟାକେଟରୁ ବାହାରିଲା ମଲା ବେଙ୍ଗ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦାଇଁଲୋ ପଂଚାୟତ ପରୁଣା ଗ୍ରାମର ମନୋରଞ୍ଜନ ଦାଶ ତାଙ୍କ ଛତୁଆରୁ ଏକ ମଲା ବେଙ୍ଗ ବାହାରିଥିବା ନେଇ ଅଭିଯୋଗ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇନଥିବାବେଳେ ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ପାତ୍ର ତଦନ୍ତ କରାଯିବ ବୋଲି କହିଥିବା ବେଳେ ଏହି ଘଟଣାକୁ ସରପଞ୍ଚଙ୍କ ସ୍ୱାମୀ କ୍ଷୀରୋଦ କୁମାର ବାରିକ, ଅଙ୍ଗନବାଡି ସୁପରଭାଇଜର ଶୋଭାରାଣୀ ମହାନ୍ତି ଓ ଶିଶୁମଙ୍ଗଳ ଅଧିକାରିଣୀ ଦିପ୍ତିମୟୀ ପାତ୍ର ପ୍ରମୁଖ ଚପାଇଦେବାକୁ ମନୋରଞ୍ଜନଙ୍କୁ ଚାପ ପକାଉଥିବା କହିଥିଲେ । ମନୋରଞ୍ଜନଙ୍କୁ ସୁପରଭାଇଜର କହିଥିଲେ ଛତୁଆ ପାକେଟରେ ବେଙ୍ଗକୁ ଭଗବାନ ପୁରାଇଛନ୍ତି । ତୁମେ ଅଭିଯୋଗ କଲେ କଣ ହେବ । ଛତୁଆ ବିତରଣକରି ଅନୁଷ୍ଠାନର କିଛି ହେବନାହିଁ । କାରଣ ଏହି ଛତୁଆ ବିତରଣ କାରୀଙ୍କ ଠାରୁ ବ୍ଲକ ପ୍ରଶାସନ, ଶିଶୁ ମଙ୍ଗଳ କାର୍ୟ୍ୟାଳୟ ଓ ରାଜନେତା ମାନେ ମୋଟା ଅଙ୍କରେ ଅର୍ଥ ନେଉଛନ୍ତି । ଏହି ଘଟଣାରେ ସମସ୍ତେ ଚୁପ ଅଛନ୍ତି ତୁମେ କଣ ପାଇଁ ହଇରାଣ ହେବ । ତୁମେ ଏଥିରୁ ଓହରିଯାଅ ବୋଲି ଶିଶୁମଙ୍ଗଳ ଅଧିକାରିଣୀ ଓ ସୁପରଭାଇଜର କହିଥିଲେ ବୋଲି ଶ୍ରୀଯୁକ୍ତ ଦାଶ କହିଛନ୍ତି । ଏହି ଘଟଣାକୁ ଦାଇଁଲୋ ସରପଞ୍ଚ ଅନିତା ବାରିକଙ୍କ ସ୍ୱାମୀ କ୍ଷୀରୋଦ କୁମାର ବାରିକ ଚପାଇଦେବାପାଇଁ ସମସ୍ତ ପ୍ରଚେଷ୍ଟା ଜାରିରଖିଛନ୍ତି । ଛତୁଆ ବିତରଣ କାରି ଅନୁଷ୍ଠାନ ବନବିହାରୀ ସ୍ୱୟଂ ସହାୟକ ଗୋଷ୍ଠୀର ଅବହେଳା ବେପରୁଆ ମନୋଭାବ କୋମଳମତି ଓ ଗର୍ଭବତୀ ମା ମାନଙ୍କ ଜୀବନ ପ୍ରତି ବିପଦ ରହିଥିବାନେଇ ଅଭିଯୋଗ ହୋଇଛି । ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାପାଇଁ ଦାବୀ ହୋଇଛି କ୍ଷ
ମୋ ଛତୁଆ ପ୍ୟାକେଟରୁ ବାହାରିଲା ମଲା ବେଙ୍ଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











