The Ultimate Managed Hosting Platform
ADVERTISEMENT

ମନମୋହନଙ୍କୁ ଶେଷ ବିଦାୟ ଦେଲେ ପତ୍ନୀ ଗୁରୁଶରନ କୈାର

Facebook
Twitter
LinkedIn

ନୂଆଦିଲ୍ଲୀ : ମନମୋହନଙ୍କୁ ଶେଷ ବିଦାୟ ଦେଲେ ପତ୍ନୀ ଗୁରୁଶରନ କୈାନ । ଏହା ଥିଲା ଜୀବନ ଯାତ୍ରାର ଶେଷ ଦେଖା । ୟା ପରଠୁ ଆଉ କେବେ ବି ଦେଖା ହୋଇ ପାରିବ ନାହିଁ । କିନ୍ତୁ ସବୁବେଳେ ତୁମେ ମନରେ ରହିବ । ଅନ୍ତିମ ସଂସ୍କାରରରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ବି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସେହିପରି ଡକ୍ଟର ମନମୋହନ ସିଂଙ୍କୁ ତୋପସଲାମୀ ଦିଆଯାଇଛି । ୩ ସେନା ପକ୍ଷରୁ ତୋପ ସଲାମୀ ଦିଆଯାଇଛି । ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଜାତୀୟ ଶୋକ ପାଳନ କରାଯାଉଥିବାରୁ ଆଜି ରାଷ୍ଟ୍ରପତି ଭବନରେ ‘ଚେଞ୍ଜ ଅଫ୍ ଗାର୍ଡ’ ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା, ଯେଉଁଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଠାରୁ ଦାୟିତ୍ୱ ଗ୍ରହଣ କରନ୍ତି। ପ୍ରତି ସପ୍ତାହରେ ଏହା ଅନୁଷ୍ଠିତ ହୋଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login