ଭୁବନେଶ୍ୱର : ନିଜେ ଅଲୋଡା ହୋଇ ପଡିଥିବା ଦର୍ଶାଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ । ସୁରତର ଏକ ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ କ୍ଷୋଭ ପ୍ରକାଶ । ସମସ୍ତେ ତାଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିବା କହିଲେ । ଶାସନତନ୍ତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ଦୂରତା ରଖୁଛନ୍ତି । ଯେ କୈାଣସି କାର୍ଯ୍ୟରେ ମୋତେ ପଚାରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସତ୍ତ୍ୱେ କେହି ମୋତେ ପଚାରୁନାହାନ୍ତି । ରଥ ଯାତ୍ରାରେ ରଥ ଉପରକୁ ଯିବା ଛଡା ଆଉ କୈାଣସି ସମ୍ପର୍କ ନାହିଁ । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ତାଙ୍କ ସୂଚନା କ୍ରମେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଖୋଲିବାର ନିୟମ ରହିଛି । ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ , ସମସ୍ତଙ୍କ ପାଇଁ ନୁହେଁ । ସନାତନ ଧର୍ମର ଗରିମାକୁ ନେଇ ମତ ରଖିଲେ ଶଙ୍କରାଚାର୍ଯ୍ୟ । ୩୨ ବିଦ୍ୟା, ୬୪ କଳାର ବିକାଶ କେବଳ ସନାତନ ଧର୍ମ ଦ୍ୱାରା ସମ୍ଭବ ।
Views: 88











