ଭୁବନେଶ୍ୱର : ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ। ବିଧାୟକ ମହମ୍ମଦ ମୋକିମଙ୍କ ଉପରେ ନିଲମ୍ବନ ହଟିଲା। ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ହଟିଲା। ନିଲମ୍ବନ ହଟିବା ନେଇ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା।
ସୂଚନାଯୋଗ୍ୟ, ପ୍ରଭାରୀ ଦାୟିତ୍ବ ନେବା ପରେ ଦ୍ବିତୀୟ ଥର ଲାଗି ଓଡ଼ିଶାକୁ ଆସିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। କଂଗ୍ରେସରୁ ନିଲମ୍ବିତ ତିନି ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଓ ଅଜୟ କୁମାରଙ୍କ ମଧ୍ୟରେ ଗତକାଲି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏଥିସହିତ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।
Views: 92











