କୋରେଇ : ଭାଲୁକାହୁଡି କୌଣସି ଅପହଞ୍ଚ ଇଲାକା ନୁହେଁ ଏହା ହେଉଛି ଯାଜପୁର କୋରେଇ ବ୍ଲକ ପାଟରଙ୍ଗା ଗ୍ରାମପଞ୍ଚାୟତର ଗୋହିରାଗାଡ଼ିଆ ଗ୍ରାମର ଭାଲୁକାହୁଡି ସାହି । କୋରେଇ ବ୍ଲକ ରୁ ମାତ୍ର ୧୫ କିଲୋମିଟର ଦୂରରେ ଏହି ଆଦିବାସୀ ସାହି, କିନ୍ତୁ ଆଜି ବି ଆଦିବାସୀ ମାନେ ମୈାଳିକ ସୁବିଧାରୁ ବଞ୍ଚିତ । ନା ଅଛି ପକ୍କା ରାସ୍ତା , ନା ମିଳୁଛି ପିଇବା ପାଣି । ଝାଟି ମାଟିର କାନ୍ଥ ଘରେ ବିତୁଛି ଜୀବନ । ଏହା ସୁକିନ୍ଦା ର ନଗଡା ନୁହେଁ କିନ୍ତୁ ନଗଡା ର ଭ୍ରମ ସୃଷ୍ଟି କରେ । ସ୍ୱାଧୀନତା କୁ ୭୭ ବର୍ଷ ପୁରିଛି ସତ ଆଦିବାସୀ ବୋଲି ପ୍ରଶାସନର ଦୃଷ୍ଠୀ ଆଢୁଆଳରେ ରହିଛନ୍ତି । ଆଜିବି ଏହି ସାହି ରେ ପାନୀୟ ଜଳ,ରାସ୍ତା, ଶିକ୍ଷା, ଘର ବାରି ପଟ୍ଟା ଆଦି ସମସ୍ୟା ଲାଗି ରହିଛି । ଏହି ଆଦିବାସୀ ମାନେ କେନ୍ଦୁଝର ଓ ଯାଜପୁର କୁ ଲାଗି ରହିଥିବା ଜଙ୍ଗଲ କୁ କେଉଁ କାଳରୁ ସୁରକ୍ଷା ଦେଇ ଆସୁଛନ୍ତି କିନ୍ତୁ ଏଠି ଗୁହାରି କରିବା ଯାହାକୁ ସେମାନେ ନିଜର ସ୍ୱାର୍ଥ ହାସଲ ପାଇଁ ଲାଗି ପଡିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି । ସରପଞ୍ଚଙ୍କ ଠାରୁ ବିଧାୟକ, ବ୍ଲକ ପ୍ରଶାସନ, ବ୍ୟାସନଗର ତହସିଲଦାର ସମସ୍ତେ ଜାଣି ଚୁପ । ସମସ୍ୟା ସମାଧାନ ପାଇଁ କାହାରି ତତ୍ପରତା ଦେଖା ନଯାଉଥିବା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସ୍ଥାୟୀ ଘରବାରୀ ପଟ୍ଟା ନାହିଁ ବୋଲି ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଛାତ୍ର ଛାତ୍ରୀ । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ପରିବାର । ଲୁହା ମିଶା ପାଣି ପିଇବା ଦ୍ୱରା ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି ଓ ବର୍ତମାନ ଅନେକ କୀଡୀନି ଜନିତ ରୋଗରେ ଆକ୍ରାନ୍ତ ଥିବା ଜାଣିବାକୁ ମିଳିଛି । କେବଳ ନିର୍ବାଚନ ଆସିଲେ ଭାଷଣ ମାରି ସରପଞ୍ଚ ଠାରୁ ବିଧାୟକ ଭୋଟ ପାଇଁ ଆସନ୍ତି , ସବୁ ସୁବିଧା କରିଦେବୁ କହି ପ୍ରତିଶୃତି ଦିଅନ୍ତି । ବାସ୍ତବରେ କିନ୍ତୁ ଲୁଟି ଖାଇବା ଉଦେଶ୍ୟ ରଖି ଲୁଟ ପାଟ କରୁଥିବା ଶୁଣିବାକୁ ମିଳୁଛି । ଦେଖିବାକୁ ବାକି ରହିଲା କେବେ ନେତା ମନ୍ତ୍ରୀ ଓ ପ୍ରଶାସନ ର ଶୁଭ ଦୃଷ୍ଟି ଏହି ନିରୀହ ଆଦିବାସୀ ସାହି ଉପରେ ପଡିବ ଓ ଆଦିବାସୀ ସାହିର ଭାଗ୍ୟ ବଦଳିବ ।
ମୈାଳିକ ସୁବିଧାରୁ ଏବେବି ବଞ୍ଚିତ ଭାଲୁକାହୁଡି ସାହି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











