The Ultimate Managed Hosting Platform
ADVERTISEMENT

ମୁହାଁମୁହିଁ ହେବେ ମୁମ୍ବାଇ ଓ ବାଙ୍ଗୋଲର : ପ୍ରଥମ ବିଜୟ ପାଇଁ ଲଢିବ ରୋହିତ ସେନା

Facebook
Twitter
LinkedIn

ଆଇପିଏଲ୍‌ର ୧୮ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହ୍ୟାଟ୍ରିକ୍‌ ପରାଜୟ ସହ ଚାପରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍‌ ଜରିଆରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟଜନକ ରହିଛି । ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସଠୁ ପରାଜିତ ହୋଇଛି ।

 ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା ଚାପରେ ରହିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ମ୍ୟାଚ୍‌ ପୂର୍ବରୁ ରୋହିତ ଦଳୀୟ ଖେଳାଳିଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ ଦେବାକୁ ଆହ୍ୱାନ ଦେଇଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହେବା ପରେ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ରେ ଯଥାକ୍ରମେ ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ଆସନ୍ତାକାଲି ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିବେ  କେବଳ ବିରାଟ କୋହଲିଙ୍କ ଫର୍ମ ଚିନ୍ତାଜନକ ରହିଛି । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login