ମୁମ୍ବାଇ : ମୁମ୍ୱାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭାଣ୍ଡୁପ ୱେଷ୍ଟ ରେଲୱେ ଷ୍ଟେସନ୍ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରାତି ପ୍ରାୟ ୯ଟା ୩୦ ମିନିଟରେ ଘଟିଛି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । BEST ବସଟି ଭାରସାମ୍ୟ ହରାଇ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।
Views: 67











