ମୁମ୍ବାଇ : ମୁମ୍ବାଇରେ ଗୁଇଲେନ୍-ବାରି ସିଣ୍ଡ୍ରୋମ୍ (GBS)ରେ ପ୍ରଥମ ରୋଗୀ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୮କୁ ବଢ଼ିଛି । ରାଜ୍ୟରେ ବର୍ତ୍ତମାନ GBS ରୋଗ କାୟା ବିସ୍ତାର କରିବାରେ ଲାଗିଛି । ପୁନେ ପରେ ଏବେ ମୁମ୍ବାଇରେ ପ୍ରଥମ ଥର GBSରେ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।
ମୁମ୍ବାଇର ନାୟାର ହସ୍ପିଟାଲରେ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିବା ଜଣେ ୫୩ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ୱାଡାଲାର ବାସିନ୍ଦା ଏହି ରୋଗୀ ବିଏମସିର ଏକ ହସ୍ପିଟାଲରେ ୱାର୍ଡ ବୟ ଭାବରେ କାର୍ୟ୍ୟ କରୁଥିଲେ । ନାୟାର ହସ୍ପିଟାଲର ଡିନ୍ ଡାକ୍ତର ଶୈଳେଶ ମୋହିତେଙ୍କ ଅନୁସାରେ, ରୋଗୀ ଜଣକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ବହୁ ଦିନ ଧରି ଚିକିତ୍ସା ଚାଲିଥିଲା ।ଗତ ରବିବାର ଫେବୃଆରୀ ୯ରେ ପୁନେରେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା । ଏହି ସାତଟି ମାମଲାରେ ଉଭୟ ସନ୍ଦିଗ୍ଧ ଏବଂ ନିଶ୍ଚିତ ହୋଇଥିବା ମାମଲା ଅନ୍ତର୍ଭୁକ୍ତ । ଏହାରି ମଧ୍ୟରେ ପୁନେରେ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ୧୯୨କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ।
ମୁମ୍ବାଇରେ ଗୁଇଲେନ -ବାରି ସିଣ୍ଡ୍ରୋମରେ ପ୍ରଥମ ରୋଗୀ ମୃତ୍ୟୁ, ମହାରାଷ୍ଟ୍ରରେ ଗଲାଣି ୮ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











