କଟକ : କଟକ ମୁଣ୍ଡଳୀ ବ୍ରିଜ ଉପରେ କାର ରଖି ଯୁବକ ନିଖୋଜ । ନିଖୋଜ ଯବକ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ସୂଚନା । ଗୋଡି ସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଛି । ଯୁବକ ଜଣଙ୍କ ନଦୀକୁ ଡେଇଁଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ । ସେପଟେ ବାରଙ୍ଗ ଥାନା ପୋଲିସ ଓ ଜୋନ ଏସିପି ଶଶିକାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି କାର ଟିକୁ ଜବତ କରିବା ସହ ଏକ ନେଟ ମଧ୍ୟ ଜବତ କରିଛନ୍ତି । ଏଥିସହିତ ତାଙ୍କ ପରିବାର ଲୋକଙ୍କ ସହ ଘଟଣା ବିଷୟରେ ପଚାରି ବୁଝୁଛନ୍ତି ।
Views: 49











