The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମୁଣ୍ଡଫଟା ଖରାରେ ଅସହ୍ୟ ହେଲେଣି ଲୋକେ ; ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି

Facebook
Twitter
LinkedIn

ଭୁବନେଶ୍ୱର : ଟାଣ ଖରାକୁ ପ୍ରବଳ ଗୁଳୁଗୁଳି । ସକାଳୁ ସକାଳୁ ମୁଣ୍ଡ ଉପରେ ପଡୁଛି ଖରା । ପ୍ରଚଣ୍ଡ ଖରାରେ ସକାଳ ୮ଟା ବେଳକୁ ଘରୁ ବାହାରି ପାପୁନାହାନ୍ତି ଲୋକେ । ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି । ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି । ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ପାରଦ ସହ ସବୁଠୁ ଉତ୍ତପ୍ତ ବାଲେଶ୍ବର । ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ ଓ ଗୋପାଳପୁରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login