ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା । କ୍ରମାଗତ ଦ୍ୱିତୀୟ ଦିନରେ ଭଉବନେଶ୍ୱରରେ ସମୀକ୍ଷା କରୁଛନ୍ତି ସିଇସି । ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି ।ଗତକାଲି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଥିଲେ। ସେପଟେ ଇଭିଏମ, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ ।
Views: 74