ଭୁବନେଶ୍ୱର : କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ , ଶାନ୍ତି, ସମୃଦ୍ଧି କାମନା କଲେ । ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସଂସ୍କୃତି , ସମୃଦ୍ଧି ଓ ଏକତାର ପ୍ରତୀକ ନୂଆଁଖାଇ ତିହାର । ନୂଆ ଆଶା ନେଇ ଆସିଥିବା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଏହା ହିଁ ମୁଁ ମାଆ ସମଲେଇଙ୍କ ପାଖରେ ଗୁହାରି କରୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ।
Views: 48











