ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । ଗସ୍ତର ଉଦେ୍ଦଶ୍ୟ ଲୋକଙ୍କୁ ବୋକା ବନାଇବା ବୋଲି କହିଛନ୍ତି ମନମୋହନ । ଓଡିଶାର ଲୋକ ବହୁତ ଥର ବୋକା ବନିଲେଣି ଆଉ ବନିବେ ନାହିଁ । ମୁଖ୍ୟମନ୍ତ୍ରୀ ବହୁତ ଥର ଦେଶକୁ ଗଲେଣି ।ରେଯବେ କୁଆଡେ ଯାଇ ନ ଥିଲେ ୭ ଲକ୍ଷ କୋଟିର ପୁଞ୍ଜି ଓଡିଶାକୁ ମିଳିଥିଲା । ଏଯାଏଁ ସେହି ୭ ଲକ୍ଷ କୋଟିର ୧୦ କି ୨୦ ପ୍ରତିଶତ ବିନିଯୋଗ ହୋଇନି । ଭିତ୍ତିଭୂମି , ଶିଳ୍ପ ଅନୁକୂଳ ପରିବେଶ ତିଆରି ହୋଇ ପାରିଲାନି । ଯେଉଁ ମାନେ ଆସିଲେ ତାଙ୍କୁ ଜମି ମିଳିଲାନି । ଆରଏନଆର ପଲିସିକୁ କାର୍ଯ୍ୟକାରୀ କରାଗଲାନି । କେନ୍ଦ୍ର ଆଇନ କଲେ ପଲିସି କଲେ ରାଜ୍ୟ ତାକୁ ମାନିଲାନି ।
Views: 82