କୋରାପୁଟ : ଡଙ୍ଗାବୁଡି ନିଖୋଜ ଥିବା ୪ ଜଣଙ୍କ ମୃତଦେହ ଉଦ୍ଧାର । ପାଡୁଆ ଥାନା ପାତାଳି ନଦୀ ତାନସିଂ ଘାଟରୁ ୪ ମୃତଦେହ ଉଦ୍ଧାର । ନିଖୋଜ ଥିବା ଜଣେ ମହିଳା ଏଭଂ ୩ ନାବାଳିକାଙ୍କ କୈାଣସି ପତ୍ତା ମିଳି ନ ଥିଲା । ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର୍ ହୋଇ ଯାଉଥିଲେ । ହେଲେ ନଦୀ ମଝିରେ ବୁଡି ଯାଇଥିଲେ ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ । ଏମାନେ ଦେଶୀ ଡଙ୍ଗା ଚଳାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ । ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା । ସମସ୍ତେ ବୁଡି ଯାଇଥିଲେ ।
Views: 99











