ଭୁବନେଶ୍ୱର : ଟ୍ରାକ ସୁଟ ନୁହେଁ, ପାଟ ଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ମହିଳା । ଶହେ କି ଦୁଇ ଶହ ନୁହେଁ, ୫ ହଜାର ମହିଳା ପାଟ ଶାଢ଼ୀ ପିନ୍ଧି ଏକକାଳୀନ ଲଗାଇଲେ ଦୌଡ଼ । ମହିଳା ସଶକ୍ତିକରଣ ଓ ଶିକ୍ଷା ଲକ୍ଷ୍ୟରେ ପାଟଥନ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ ।
ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣକୁ କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । କିଟରେ ମହିଳା କର୍ମଚାରୀଙ୍କ ପ୍ରତିଶତ ମଧ୍ୟ ଅଧିକ । ଏହି ମାରାଥନରେ ମହିଳାମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ଅଂଶ ଗ୍ରହଣ କରିଥିଲେ । ଶିଖରଚଣ୍ଡୀ ଛଳରୁ ବାହାରି ଏହି ମାରାଥନ କିଟ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା ।
Views: 85











