The Ultimate Managed Hosting Platform
ADVERTISEMENT

ମିଆଁମାର ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାର ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା । ମିଆଁମାରରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନାହିଁ । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ମୁତାବକ, ରାତି ପ୍ରାୟ ୧ଟା ସମୟରେ ଭୂମିକମ୍ପ ଝଟକା ହୋଇଥିଲା । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ । ସେହିପାରି ଭୂକମ୍ପରେ ଦୋହଲିଲା ଉତ୍ତରାଖଣ୍ଡ ସୀମାନ୍ତ ଜିଲ୍ଲା ଉତ୍ତରକାଶୀ । ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭.୪୨ ମିନିଟରେ ହୋଇଥିବା ବେଳେ ୮.୨୧ ମିନିଟରେ ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ଏବଂ ୩.୫ ଥିଲା । ଦ୍ୱିତୀୟ ଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଲେ । ଭୂମିକମ୍ପଟି ୫ କିଲୋମିଟର ଗଭୀରତାରେ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login