The Ultimate Managed Hosting Platform
ADVERTISEMENT

ମା ହେବେ ରୁବିନା ! ଫ୍ୟାନ୍ସ କଲେ ଏମିତି ପ୍ରଶ୍ନ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଗବସ୍ ୧୪ର ବିଜେତା ରୁବିନା । ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୁବିନା ଦିଲାଏକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି । ରୁବିନା ନିଜ ସୋସିଆଲ ଆକାଉଣ୍ଟରେ ତାଙ୍କର ଏକ ଭିଡିଓ ଦେଖି ଏବେ ଚର୍ଚ୍ଚା ହେଉଛି ଯେ ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି । କିନ୍ତୁ ସେ ଏନେଇ ନିଜେ କୌଣସି ଘୋଷଣା କରିନାହାନ୍ତି । ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ରୁ ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି।


ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଭିଡିଓରେ ରୁବିନା ବେଶ୍ ସୁନ୍ଦର ଦିଶୁଥିବା ବେଳେ ବହୁ ଢିଲା ପୋଷାକ ପରିଧାନ କରିଥିବାର ନଜର ଆସୁଛନ୍ତି । ପୋଷାକ ଓ ତାଙ୍କର ପେଟକୁ ଦେଖି ପ୍ରଶଂସକମାନେ ସେ ଗର୍ଭବତୀ ଥିବା ଅନୁମାନ କରୁଛନ୍ତି । ଏନେଇ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ବି ଆରମ୍ଭ କରିଦେଇଛନ୍ତି । କିଛି ଉପଭୋକ୍ତା ‘ଅଭିନନ୍ଦନ’ ବୋଲି ଲେଖିଥିବା ବେଳେ କିଛି ପ୍ରଶଂସକ ‘ଆପଣ ଗର୍ଭବତୀ ଅଛନ୍ତି କି?’ ବୋଲି ପ୍ରଶ୍ନ ପଚାରିଛନ୍ତି । ତେବେ ରୁବିନା ଏପର୍ୟ୍ୟନ୍ତ ପ୍ରଶଂସକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି । ରୁବିନା ଟିଭି ଅଭିନେତା ଅଭିନବ ଶୁକ୍ଳାଙ୍କୁ ୫ ବର୍ଷ ତଳୁ ବିବାହ କରିଛନ୍ତି । ଦୁହେଁ ଏକାସାଥୀରେ ବିଗ୍ବସ୍-୧୪ରେ ନଜର ଆସିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login