ଢେଙ୍କାନାଳ : ମା ଦୁର୍ଗାଙ୍କୁ ଗଜରାଜଙ୍କ ଭକ୍ତିପୂତ ପ୍ରଣାମ । ଦୋକାନରୁ ଫଳ ଖାଇଲା ଦନ୍ତା ହାତୀ । ମା ଦୁର୍ଗାଙ୍କ ମନ୍ଦିର ସାମ୍ନାରେ ଶୁଣ୍ଢ ଟେକି ମୁଣ୍ଡିଆ ମାରିଲା ଢେଙ୍କାନାଳ ଭୁବନ ସହରରେ ଦନ୍ତାହାତୀ । ଗତକାଲି ରାତିରେ ଭୁବନ ସହର ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିଲା । ସହର ରାସ୍ତାରେ ଏଣେତେଣେ ବୁଲିଥିଲା। କାଳୀ ବଜାରରେ ଏକ ଫଳ ଦୋକାନରେ ଶୁଣ୍ଢ ପୁରାଇ ଫଳ ଖାଇଥିଲା । ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବନ ବିଭାଗ ଦନ୍ତାକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା । ଘଉଡ଼ାଇବା ବେଳେ ଭୁବନ ସହର ଉପକଣ୍ଠ ବାଉଁଶ କଣରେ ଥିବା ଏକ ଦୁର୍ଗା ମନ୍ଦିର ଆଗରେ ଛିଡ଼ା ହୋଇ ମାଆଙ୍କୁ ଦନ୍ତାଟି ଶୁଣ୍ଢ ଉଠାଇ ମୁଣ୍ଡିଆ ମାରିଥିଲା । ଯାହାର ଭିଡିଓ ଏବେ ବେଶ ଭାଇରାଲ୍ ହେଉଛି ।
Views: 61