କଟକ : ମାର୍ଚ୍ଚ ୧୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଆଜି ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ହୋଇ ଆସନ୍ତାକାଲି ସୁଦ୍ଧା ବୋର୍ଡ କାର୍ୟ୍ୟାଳୟରେ ପହଂଚିବ । ତେବେ ୧୫ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ରହିଛି । ଫେବ୍ରୁୟାରୀ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତକାଲି ସାମାଜିକ ବିଜ୍ଞାନ ପରୀକ୍ଷା ସହ ଶେଷ ହୋଇଛି । ପରୀକ୍ଷା ସରିବା ପରେ ରାଜ୍ୟର ୩୧୩ଟି ନୋଡାଲ ସେଂଟରରୁ ଉତ୍ତରଖାତା ସଂଗ୍ରହ ପାଇଁ ବୋର୍ଡ ପକ୍ଷରୁ ଗଠିତ ଟିମକୁ ପଠାଯାଇଛି । ୧୫ତାରିଖରୁ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ଉତ୍ତରଖାତା ଗୁଡ଼ିକ ଆସନ୍ତା ୧୩ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଗୁଡ଼ିକୁ ପହଞ୍ଚାଇ ଦିଆଯିବ । ଏବଂ ଆସନ୍ତା ୧୪ତାରିଖରେ ମୂଲ୍ୟାୟନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Views: 100











