ଭୁବନେଶ୍ୱର : ଲୋକାର୍ପଣ ହେବ ଅତ୍ୟାଧୁନିକ ବରମୁଣ୍ଡା ବସ ଟର୍ମିନାଲ । ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ମାର୍ଚ୍ଚ ୧ ତାରିଖରେ ହେବ ଲୋକାର୍ପଣ । ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ । ବାବା ସାହେବ ଭୀମରାଓ ଆମ୍ବେଦକର ଟର୍ମିନାଲ ନାଁରେ ନାମିତ ହେବ ଏହି ବସଷ୍ଟାଣ୍ଡ । ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି । ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି ।
Views: 98











