ମୟୁରଭଞ୍ଜ : ମାତ୍ର ୧୦ ଟଙ୍କା ପାଇଁ ବାପାର ଜୀବନ ନେଇଗଲା ପୁଅ । କିଏ ଜାଣିଥିଲା ନିଜ ଜନ୍ମ କଲା ପୁଅ ଏମିତି କରିବ ବୋଲି । ମାତ୍ର ୧୦ ଟଙ୍କା ଖଇନି କିଣିବା ପାଇଁ ବାପାଙ୍କୁ ମାଗିଲା । ଆଉ ବାପା ନ ଦେବାରୁ ଜୀବନ ନେବାକୁ ପଛେଇଲାନି ପୁଅ । ମୟୁରଭଞ୍ଜ ଚାନ୍ଦୁଆ ଗାଁରେ ବାପାକୁ ବୀଭତ୍ସ ହତ୍ୟା ଘଟଣା ରେ ଅଭିଯୁକ୍ତ ପୁଅ ଗିରଫ ହେବା ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛି ଜହ୍ଲାଦ ପୁଅ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଚାନ୍ଦୁଆ ଗାଁର ବାଇଧର ସିଂକୁ ଖଇନି ଖାଇବା ପାଇଁ ୧୦ ଟଙ୍କା ମାଗିଥିଲା ପୁଅ ଶମ୍ଭୁ ସିଂ । ହେଲେ ଚେଞ୍ଜ ଟଙ୍କା ନଥିବା କହିଥିଲେ ବାପା ବାଇଧର । ଆଉ ଶମ୍ଭୁକୁ ଟଙ୍କା ଦେଇନଥିଲେ । ଟଙ୍କା ନଦେବାରୁ ରାଗିଯାଇ ବାପାଙ୍କୁ ଧମକ ଦେଇଥିଲା ପୁଅ । ଆଉ କେବଳ ସେଥି ପାଇଁ ବିଳମ୍ବିତ ରାତିରେ ନିଜ ଜନ୍ମଦାତା ବାପକୁ ଅତି ଜଘନ୍ୟ ଭାବେ ଜୀବନ ନେଇ ଗଣ୍ଡିରୁ ମୁଣ୍ଡ ଅଲଗା କରି ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ଘଟଣା ସ୍ଥଳରୁ ମାରିଥିଲା ଚମ୍ପଟ । ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଚାନ୍ଦୁଆ ପୋଲିସ ।
ମାତ୍ର ୧୦ ଟଙ୍କା ପାଇଁ ବାପାର ଜୀବନ ନେଇଗଲା ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











