ମୟୁରଭଞ୍ଜ : ମାତ୍ର ୧୦ ଟଙ୍କା ପାଇଁ ବାପାର ଜୀବନ ନେଇଗଲା ପୁଅ । କିଏ ଜାଣିଥିଲା ନିଜ ଜନ୍ମ କଲା ପୁଅ ଏମିତି କରିବ ବୋଲି । ମାତ୍ର ୧୦ ଟଙ୍କା ଖଇନି କିଣିବା ପାଇଁ ବାପାଙ୍କୁ ମାଗିଲା । ଆଉ ବାପା ନ ଦେବାରୁ ଜୀବନ ନେବାକୁ ପଛେଇଲାନି ପୁଅ । ମୟୁରଭଞ୍ଜ ଚାନ୍ଦୁଆ ଗାଁରେ ବାପାକୁ ବୀଭତ୍ସ ହତ୍ୟା ଘଟଣା ରେ ଅଭିଯୁକ୍ତ ପୁଅ ଗିରଫ ହେବା ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛି ଜହ୍ଲାଦ ପୁଅ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଚାନ୍ଦୁଆ ଗାଁର ବାଇଧର ସିଂକୁ ଖଇନି ଖାଇବା ପାଇଁ ୧୦ ଟଙ୍କା ମାଗିଥିଲା ପୁଅ ଶମ୍ଭୁ ସିଂ । ହେଲେ ଚେଞ୍ଜ ଟଙ୍କା ନଥିବା କହିଥିଲେ ବାପା ବାଇଧର । ଆଉ ଶମ୍ଭୁକୁ ଟଙ୍କା ଦେଇନଥିଲେ । ଟଙ୍କା ନଦେବାରୁ ରାଗିଯାଇ ବାପାଙ୍କୁ ଧମକ ଦେଇଥିଲା ପୁଅ । ଆଉ କେବଳ ସେଥି ପାଇଁ ବିଳମ୍ବିତ ରାତିରେ ନିଜ ଜନ୍ମଦାତା ବାପକୁ ଅତି ଜଘନ୍ୟ ଭାବେ ଜୀବନ ନେଇ ଗଣ୍ଡିରୁ ମୁଣ୍ଡ ଅଲଗା କରି ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ଘଟଣା ସ୍ଥଳରୁ ମାରିଥିଲା ଚମ୍ପଟ । ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଚାନ୍ଦୁଆ ପୋଲିସ ।
ମାତ୍ର ୧୦ ଟଙ୍କା ପାଇଁ ବାପାର ଜୀବନ ନେଇଗଲା ପୁଅ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ ବସ ଧକ୍କାରେ ୩ ଯୁବତୀଙ୍କ ଚାଲିଗଲା ଜୀବନ
ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ...
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...
ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡା : ବାମ ମୋଡ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ । ଦେବୋତ୍ତର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ ନେଲା । ରେଲୱେ...
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା
ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...