ବଲାଙ୍ଗିର : ନାଳରୁ ମାଛ ଧରିବା ବେଳେ ୩ ଜଣ ଭାସିଗଲେ । ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ ।ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ଉଦ୍ଧାର , ଜଣେ ନିଖୋଜ । ଅନ୍ୟ ଜଣଙ୍କର ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତ ବ୍ୟକ୍ତି ହେଲେ ଗୋଲେଖ ପୋଢ଼। ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ପିପିଲିପାଲି ଗ୍ରାମର ଗୋଲେଖ ପୋଢ଼, ପ୍ରମୋଦ ପୋଢ଼ ଓ ରଜନୀ ପୋଢ଼ ଆଜି ପୂର୍ବାହ୍ନ ୧୧ଟାରେ ମାଛ ଧରିବାକୁ ଗାଁ ନିକଟ କୁଲାରି ନାଳକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଉପରମୁଣ୍ଡରୁ ବନ୍ୟା ଜଳସ୍ତର ବଢ଼ି ଯାଇଥିଲା। ଫଳରେ ସେମାନେ ଗଭୀର ପ।ଣିରେ ବୁଡ଼ି ଯାଇଥିଲେ। ଏହି ସମୟରେ ରଜନୀ ଚିତ୍କାର କରିବାରୁ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଗୋଲେଖ ପୋଢ଼ ଓ ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ।
ମାଛ ଧରିବା ବେଳେ ଭାସିଗଲେ ୩ ଜଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











