ମୋହନା : ମାଛ ଧରିବାକୁ ଯାଇ ନଦୀରେ ଭାସିଗଲା ପୁଅ । ନିଖୋଜ ହେବାର ୨୪ ଘଣ୍ଟା ଉପରେ ବିତିଗଲାଣି ଅଥଚ କୌଣସି ସନ୍ଧାନ ମିଳି ପାରିନାହିଁ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଗ୍ରାମରେ । ଗତକାଲିଠୁ ଖୋଜା ଖୋଜି ଚାଲିଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଗଜପତି ଜ଼ିଲ୍ଲା ଅଡବା ଗ୍ରାମରେ ଥିବା ହରଭଙ୍ଗୀ ନଦୀ ରେ ବୁଡି ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ହେଉଛନ୍ତି ଅଡବା ଖ୍ରୀଷ୍ଟିଆନ ସାହିର ସୁବ୍ରତ ନାୟକ । ଗତକାଲି ସନ୍ଧ୍ୟାରେ ସୁବ୍ରତ ଖାଇ ପିଇ ଘରେ ଶୋଇଥିଲେ । ଏହାପରେ ତାଙ୍କର କିଛି ସାଙ୍ଗ ଆସି ନଦୀକୂଳକୁ ଯିବାକୁ ଡାକିବାରୁ ସେମାନଙ୍କ ସହ ବାହାରି ଯାଇଥିଲେ ସୁବ୍ରତ । ଆଉ ସାଙ୍ଗମାନଙ୍କ ସହିତ ମିଶି ନଦୀରେ ମାଛ ଧରିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଅଡବା ପୋଲିସ ମୋହନା ଅଗ୍ନିଶମ ସହାୟତାରେ ଯୁବକଙ୍କ ସନ୍ଧାନ ଜାରି ରଖିଛି ।
Views: 95