ମୁମ୍ବାଇ : ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ପରିଣୀତି ଚୋପ୍ରା ! ସୋସିଆଲ ମିଡ଼ିଆରେ ଏହି ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିବା ପରେ ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଚାର ସୁଅ ଛୁଟୁଛି । ଶେଷରେ ଜୁନିଅର ଚଢା ଆସିବାକୁ ଯାଉଛନ୍ତି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। ସେ କହିଛନ୍ତି ଯେ ଏବେ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ ଛୋଟ ପାଦଚିହ୍ନ ଅଛି ଏବଂ ଏଥିରେ ‘୧+୧=୩’ ଲେଖାଯାଇଛିଟ୍ଟ ଏହା ଅଭିନେତ୍ରୀଙ୍କ ସ୍ବତନ୍ତ୍ରତା ଯାହା ସେ ଏବେ ମାଆ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଉଛି । ଯଦିଓ ସେ ସିଧାସଳଖ ଶବ୍ଦରେ ଗର୍ଭଧାରଣ ବିଷୟରେ କହି ନାହାଁନ୍ତି, କିନ୍ତୁ ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ସେ ଗର୍ଭବତୀ ଅଛନ୍ତି । ଏହା ବ୍ୟତୀତ ସେ ତାଙ୍କ ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କ ସହ ବିଦେଶରେ ବୁଲୁଥିବାର ଦେଖାଯାଉଛି । ଉଭୟ ପରସ୍ପରର ହାତ ଧରି ଚାଲୁଥିବାର ଦେଖାଯାଉଛି । ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି, “ଆମର ଛୋଟ ଦୁନିଆ ବାଟରେ ଅଛି ଟ୍ଟ ଆମକୁ ଆଶୀର୍ବାଦ କରନ୍ତୁ ।” ତାଙ୍କ କ୍ୟାପସନରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଏବଂ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ପରିଣୀତିଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଏହି ପୋଷ୍ଟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ବପ୍ରଥମେ ତାଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତ୍ରୀ ଭୂମି ପେଡନେକର ତାଙ୍କୁ ଅଭିନନ୍ଦନ ଜଣାଇ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ।
ମାଆ ହେବାକୁ ଯାଉଛନ୍ତି ପରିଣୀତି !
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







