ଭୁବନେଶ୍ୱର : ମହେଶ୍ୱର ମହାନ୍ତି ଗୋଟେ ଏମିତି ଚେହେରା ଯାହା ଅଗଣିତ ଜନତାଙ୍କ ମନରେ ସବୁବେଳେ ରହିବେ । ନବେ ଦଶକରୁ ରାଜନୀତିରେ ଆସିବା ପରେ ପ୍ରତିନିଧିତ୍ୱ କରିବା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଆଜି ତାଙ୍କର ପରଲୋକ ହୋଇଛି । ମହେଶ୍ୱର ମହାନ୍ତି ଅମର ରହେ ନାରାରେ କମ୍ପୁି ଉଠିଛି ଶଙ୍ଖ ଭବନା ବିଜେଡି କାର୍ଯ୍ୟାଳୟରେ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଦଳୀୟ ନେତୃବୃନ୍ଦ । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଛି । ସେଠାରେ ତାଙ୍କର ଶେଷଦର୍ଶନ କରିଛନ୍ତି ବିଧାନସଭାର ସଦସ୍ୟ ଓ ସାଧାରଣ ଲୋକ । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ । ସ୍ବର୍ଗଦ୍ବାରରେ ହେବ ଶେଷ କୃତ୍ୟ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଭୋର ୩ଟା ୨୫ରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।
“ମହେଶ୍ୱର ମହାନ୍ତି ଅମର ରହେ” ନାରାରେ କମ୍ପୁଛି ଶଙ୍ଖ ଭବନ, ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











