ଅନୁଗୁଳ : ମହିଳା ଓ ଶିଶୁଙ୍କ ହାତ ଗୋଡ ବାନ୍ଧି ଘରୁ ଲୁଟ କରିଛନ୍ତି ଦୁର୍ବୁତ୍ତ । ବଅଁରପାଳ ଥାନା ଭାଗବତପୁର ଗାଁରେ ଘଟିଛି ଘଟଣା । ଏଠାରୁ ଏକ ଘରୁ ଚୋର ମାନେ ନଗଦ ୪ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି । ସୂଚନାନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ବିଳମ୍ବିତ ରାତିରେ ଲୁଟ ହୋଇଛି । ଲୁଟର ଶିକାର ହୋଇଛନ୍ତି ବିଜୟ ଭୁତିଆଙ୍କ ପରିବାର । ରାତିରେ ୫ରୁ ଅଧିକ ଦୁର୍ବୃତ୍ତ ମାନେ ଘର ଭିତରେ ପଶି କବାଟ ବନ୍ଦ କରି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ । ଘରେ କେହି ପୁରୁଷ ନଥିବା ବେଳେ ଏଭଳି ସୁଯୋଗର ଫାଇଦା ଉଠାଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳକୁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Views: 30