ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ବଢାଇଛି ଟେନସନ । ଦ୍ରୁତ ଗତିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୪ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନାରେ ଆଉ ନୂଆ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ନୂଆ ସବ ଭାରିଆଣ୍ଟ ଜେଏନ.୧ ଭାରିଆଣ୍ଟର ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,ଗତ ୨୪ ଘଣ୍ଟାରେ ନୂଆ ୫୦ ମାମଲା ଚିହ୍ନଟ ହୋଇଛି । ଯେଉଁଥିରେ ଜେଏନ.୧ ଭାରିଆଣ୍ଟର ଆକ୍ରାନ୍ତ ୯ ଜଣ । ‘ହ’ୁ ର ସୂଚନା ଅନୁଯାୟୀ ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
Views: 99











