ପ୍ରୟାଗରାଜ : ମହାକୁମ୍ଭ ଦଳାଚକଟା ଘଟଣା ପରେ ଯୋଗୀ ସରକାରଙ୍କ ୫ ବଡ ନିଷ୍ପତ୍ତି । ମହାକୁମ୍ଭରେ ଭିଭିଆଇପିଙ୍କ ପାସ ଓ ଗାଡିକୁ ସମ୍ପୁର୍ଣ୍ଣ ବାରଣ କଲେ ସରକାର । ୨ରୁଟ ବଦଳରେ ଗୋଟିଏ ରୁଟରେ ଯିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡି ପ୍ରବେଶ ଉପରେ କଟକଣା । ଭବିଷ୍ୟତରେ ଦଳାଚକଟା ପରିସ୍ଥିତିକୁ ଏଡାଇବା ସହ ମେଳାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନା ଅନୁସାରେ ଗତକାଲି ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା ହୋଇଥିଲା । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ।
ମହାକୁମ୍ଭରେ ଭିଭିଆଇପି ପାସ ମନା, ଯୋଗୀ ସରକାରଙ୍କ ୫ଟି ବଡ ନିଷ୍ପତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











