ନୂଆଦିଲ୍ଲୀ : ଟାରିଫ ପରେ ଏବେ H-1B ଭିସାକୁ ନେଇ ଟ୍ରମ୍ପଙ୍କ ବଡ ପ୍ରହାର । H-1B ଭିସା ନିୟମରେ ପରିବର୍ତ୍ତନ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । H-1B ଭିସା ଆବେଦନ ପାଇଁ ବାର୍ଷିକ ୮୮ ଲକ୍ଷ ଅଧିକ ଫି ଦେବାକୁ ପଡିବ । ଏହା ଦ୍ୱାରା ଭାରତୀୟ ମାନେ ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା । H-1B ଭିସା ସବୁଠୁ ଅଧିକ ଭାରତୀୟ ପ୍ରଫେସନାଲ ପାଇଥାଆନ୍ତି । ପ୍ରତିବର୍ଷ ଆମେରିକା ପ୍ରାୟ ୬୫ ହଜାର ଭିସା ଦେଇଥାଏ । ସେଥିମଧ୍ୟରୁ ସର୍ବାଧିକ ୭୧ ପ୍ରତିଶତ ଭାରତୀୟଙ୍କୁ ମିଳିଥାଏ ଭିସା ।
ଏଥିସହ ଜାଣିରଖନ୍ତୁ ଯେ, H-୧B ଭିସା ସାଧାରଣତଃ ତିନିରୁ ଛଅ ବର୍ଷ ପାଇଁ ପ୍ରଦାନ କରାଯାଏ । ଆମେରିକା ପ୍ରତିବର୍ଷ ଲଟେରୀ ସିଷ୍ଟମ ମାଧ୍ୟମରେ ୮୫,୦୦୦ H-୧B ଭିସା ପ୍ରଦାନ କରେ । ଏହି ବର୍ଷ, Amazon ସର୍ବାଧିକ ୧୦,୦୦୦ ରୁ ଅଧିକ କର୍ମଚାରୀ ପାଇଥିଲା । ଏହା ପରେ ଟାଟା କନସଲଟାନ୍ସି ସର୍ଭିସେସ୍, ମାଇକ୍ରୋସଫ୍ଟ, ଆପଲ୍ ଏବଂ ଗୁଗୁଲ୍ ସ୍ଥାନ ପାଇଛି । USCIS ଅନୁଯାୟୀ, କାଲିଫର୍ନିଆରେ ସର୍ବାଧିକ ସଂଖ୍ୟକ H-୧B କର୍ମଚାରୀ ଅଛନ୍ତି ।
Views: 71