The Ultimate Managed Hosting Platform
ADVERTISEMENT

ମର୍ମନ୍ତୁଦ ଦୁର୍ଘଟଣାରେ ଆଖିବୁଜିଲେ ବାପ-ଝିଅ

Facebook
Twitter
LinkedIn

ଅନୁଗୁଳ : ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା ଟ୍ରକ । ଏପରି ଦୁର୍ଘଟଣା ଘଟିଛି ଅନୁଗୁଳ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ । ଘଟଣାସ୍ଥଳରେ ବାପ-ଝିଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତକଙ୍କ ନାମ ସୁନୀଲ କୁମାର ସାହୁ ଓ ଝିଅ ଶିଖାରୀଣୀ ସାହୁ ବୋଲି ଜଣାପଡିଛି । ଝିଅ ଶିଖାରାଣୀ ରାଣୀ ସାହୁ କଣିହାଁ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ସୁନୀଲ କୁମାର ସାହୁ କଣିହାଁର ଶିକ୍ଷା ବିଭାଗର ଏବିଓ ଥିବା ଜଣା ପଡିଛି। ଉଭୟେ ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କର ଖମାର ସ୍ଥିତ ବାସଭବନରୁ ଡ୍ୟୁଟି ପାଇଁ ଯାଉଥିଲେ। ହେଲେ ଅନୁଗୁଳ ପାଲଲହଡ଼ା ୧୪୯ ଜାତୀୟ ରାଜପଥ ନିକଟରେ ଟ୍ରକଟି ଆସି ବାଇକ୍‌କୁ ପିଟିଥିଲା । ଯାହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ହୋଇଛି। ମୁତ୍ୟୁକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଖମାର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ପ୍ରକ୍ରିୟା ଜାରୀ କରିଛି । ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT