ଭୁବନେଶ୍ୱର : ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା । ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି , ତାର ଇସ୍ତଫା ଏଯାଏ ଗ୍ରହଣ ହୋଇନି । ଠିକ ସମୟରେ ଠିକ ନିଷ୍ପତ୍ତି ହେବ , ମନ୍ମଥ ଜଟଣୀରୁ ଠିଆ ହେବ । ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି , ସେମାନେ ମାନିବେ । ମୁଁ ଯେଉଁ ପୁଅକୁ ଯାହା କହିବି, ସେ ନିଶ୍ଚିତ ଶୁଣିବ । ନିଲମ୍ବନ ଗ୍ରହଣ କରୁଛୁ , ଆଶା କଂଗ୍ରେସ ଆମ କଥା ବିଚାର କରିବ ।
ଆଜି କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ । ‘ସୋ’ କଜ ନୋଟିସର ଉତ୍ତର ନ ଦେବା ପରେ କାର୍ଯ୍ୟାନୁଷ୍ଠାନ ।
Views: 101











