ବ୍ୟୁରୋ : ଭେଣ୍ଡି ଏପରି ଏକ ପନିପରିବା ଯାହା ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି -୬, ଭିଟାମିନ୍ ଡି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଇରନ୍ ର ଭଣ୍ଡାର ଅଟେ । ସେଥିପାଇଁ ଏହାକୁ ଖାଇଲେ ଶରୀରକୁ ଅନେକ ଲାଭ ମିଳିବ । ଭେଣ୍ଡି ଖାଇବା ଦ୍ୱାରା ଓଜନ ହ୍ରାସ ଏବଂ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଭଣ୍ଡୀ ସାଧାରଣତଃ ଷ୍ଟଫ୍ ଭେଣ୍ଡି କିମ୍ବା ମସାଲା ଭେଣ୍ଡି ତିଆରି ହୋଇଥାଏ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ଶାହି ଭଣ୍ଡି ରାନ୍ଧି ଖାଇଛନ୍ତି କି? ଯଦି ନୁହେଁ, ତେବେ ଆଜି ଆମେ ଆପଣଙ୍କୁ ଶାହି ଭଣ୍ଡି ତିଆରି କରିବାର ରେସିପି କହିବୁ । ଶାହି ଭଣ୍ଡି ସ୍ୱାଦରେ ବହୁତ ସ୍ୱାଦିଷ୍ଟ ଏବଂ ମସଲାଯୁକ୍ତ ଦେଖାଯାଏ । ଏହାକୁ ମାତ୍ର ୧୫ ମିନିଟରେ ସ୍ନାକ୍ସ ଭାବରେ ପ୍ରସ୍ତୁତ କରି ଆପଣ ଖାଇପାରିବେ , ତେବେ ଆସନ୍ତୁ ଜାଣିବା କିପରି ଶାହି ଭଣ୍ଡି ତିଆରି କରିବେ ……
ଆବଶ୍ୟକ ସାମଗ୍ରୀ : ଭେଣ୍ଡି ୫୦୦ ଗ୍ରାମ , କଙ୍କା ଟମାଟୋ ୨ଟା , କଟା ପିଆଜ ୨ଟା , ରସୁଣ ୫ଟା ଖୋଲା , ଅଦା , ଲଙ୍କା ୨ଟ , ଲାଲ ଲଙ୍କା ଗୁଣ୍ଡ ୧ ସ୍ପୁନ , ହଳଦୀ ପାଉଡର ୩-୪ ସ୍ପୁନ , ଧନିଆ ପାଉଡର ୧ ଚାମଚ, ଦହି ୧ ଚାମୁଚ, କ୍ରିମ ୧ ଚାମଚ , ସ୍ୱାଦ ଅନୁସାରେ ଲୁଣ , ତେଲ , ସ୍ୱାଦ ଅନୁସାରେ କାଜୁ, ବାଦାମ, ତେଜପତ୍ର ଏବଂ ଡାଲଚିନି
ପ୍ରସ୍ତୁତି : ପ୍ରଥମେ କଡେଇରେ ତେଲ ଅଳ୍ପ ଦେଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । ଏହା ପରେ ସେଥିରେ ଟମାଟୁ, ପିଆଜ , ରସୁଣ, ଲଙ୍କା, ବାଦାମ ଏବଂ କାଜୁ ପକାଇ ଭାଜନ୍ତୁ । ଏହା ପରେ ପାଣି ଦେଇ ସିଝିଲା ଯାଏଁ ବସାନ୍ତୁ । ଏହା ପରେ ସେହି ସାମଗ୍ରୀକୁ ଏକ ପାତ୍ରକୁ ଆଣି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲା ପରେ ତାହାକୁ ଗ୍ରାଇଣ୍ଡି କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପୁଣି ଥରେ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ଭେଣ୍ଡି ପକାଇ ଭାଜନ୍ତୁ । ଭେଣ୍ଡି ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏହା ପରେ କଡେଇରେ ତେଲ ପକାନ୍ତୁ । ସେଥିରେ ତେଜପତ୍ର ଡାଲଚିନି ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟ କୁ ପକାନ୍ତୁ । ଏହା ପରେ ଲୁଣ , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ , ଦହି ପକାନ୍ତୁ । ଏହା ପରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଏହା ପରେ ଅଧା ଭଜା ହୋଇଥିବା ଭେଣ୍ଡି ପକାନ୍ତୁ । ଏହାକୁ ୩-୪ ମିନିଟ ଯାଏଁ ଭାଜନ୍ତୁ । ଏଥିରେ କ୍ରିମ ପକାନ୍ତୁ । ଆପଣ ଏଥିରେ ଗରମ ମସାଲା ଏବଂ କସ୍ତୁରୀ ମେଥି ମଧ୍ୟ ପକାଇ ପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଶାହି ଭେଣ୍ଡି । ଆପଣ ଏହାକୁ ଭାତ ଏବଂ ରୁଟି ସହ ଖାଇ ପାରିବେ ।
ମଧ୍ୟାହ୍ନ ଭୋଜନ ପାଇଁ ବନାନ୍ତୁ ଶାହି ଭେଣ୍ଡି , ସ୍ୱାଦ ଟେଷ୍ଟି ହୋଇଥିବା ବେଳେ ପେଟ ରହିବ ସୁସ୍ଥ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










