ନୂଆଦିଲ୍ଲୀ : ଇରାନ ବିରୋଧରେ କୈାଣସି ଆକ୍ରମଣରେ ସାମିଲ ହେବନି ଆମେରିକା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ସ୍ପଷ୍ଟ ଶୁଣାଇଲେ ବାଇଡେନ । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ଦୃଢ ପ୍ରତିବଦ୍ଧ । କିନ୍ତୁ ଶାନ୍ତି ସ୍ଥାପନ ପାଇଁ ଇରାନ ସହ କୈାଣସି ଯୁଦ୍ଧ ଚାହୁଁନାହୁଁ । ଇସ୍ରାଏଲ ଉପରେ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଲକ୍ଷ୍ୟ ପୂରଣ ହୋଇଥିବା କହିଛି ଇରାନ । ଏଥିସହ ଅଧିକ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି । ଯଦି ଇସ୍ରାଏଲ ଇରାନ ଉପରେ କୌଣସି ଆକ୍ରମଣ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ ଚେତାଇ ଦିଆଯାଇଛି । ସେପଟେ ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ମାଟିରେ ପଡ଼ି ନଥିବା କହିଛନ୍ତି ଇସ୍ରାଏଲ ସେନା ପ୍ରବକ୍ତା । ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଇରାନ ପକ୍ଷରୁ ୧୭୦ ଡ୍ରୋନ, ୩୦ରୁ ଅଧିକ କ୍ରୁଜ୍ ମିସାଇଲ ଓ ୧୨୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି ଆରମ୍ଭ କରିଛି । ଇରାନ ପ୍ରଥମ ଥର ପାଇଁ ନିଜ ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ତେଣୁ ଏହାର ଦୃଢ଼ ଜବାବ ଦେବାକୁ ବଡ଼ ଯୋଜନା ଚଳାଇଛି ଇସ୍ରାଏଲ । ଯଦି ଏଭଳି ହୁଏ ତେବେ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି ।
ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ଆକ୍ରମଣରେ ସାମିଲ ହେବନି ଆମେରିକା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







