ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ବୁଧବାର ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗଦୀଶ ଦେଓଡା, ରାଜେନ୍ଦ୍ର ଶୁକ୍ଲା । ଭୋପାଳରେ ଶପଥ ପାଠ କରାଇଲେ ରାଜ୍ୟପାଳ । ରାଜ୍ୟପାଳ ଛଗନ ଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଉପସ୍ଥିତ ।
Views: 100











