ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥି ସହ ଏଥିରେ ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ହଳଦିଆ ମୁଗ ଡାଲି ପାଣି ଶରୀରରେ ଜମା ହୋଇଥିବା ଚର୍ବିକୁ ଡିଟକ୍ସିଫାଇ କରିବା, ପାଚନକୁ ତ୍ୱରାନ୍ୱିତ କରିବା ଏବଂ ଧମନୀକୁ ସଫା ଏବଂ ସୁସ୍ଥ ରଖିବାରେ ପ୍ରଭାବଶାଳୀ । ତେବେ ଆସନ୍ତୁ ଜାଣିବା ହଳଦିଆ ମୁଗ ଡାଲି ପାଣି ପିଇବାର କ’ଣ ଲାଭ ଅଛି ।
ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ ମଧ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ ହେବାକୁ ଲାଗେ । ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି । ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











