The Ultimate Managed Hosting Platform
ADVERTISEMENT

ମଦ ପିଇ ହିତାହିତ ଜ୍ଞାନ ଭୁଲି ଗଲା ସ୍ୱାମୀ, ସ୍ତ୍ରୀକୁ ପିଟି ପିଟି ହତ୍ୟା

Facebook
Twitter
LinkedIn

ଝାରସୁଗୁଡା : ସଂପର୍କକୁ ଭୁଲିଗଲା ସ୍ୱାମୀ । ମଦ୍ୟପ ଉନ୍ମତ୍ତକାଣ୍ଡ । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ । ଏହି ହତ୍ୟାକାଣ୍ଡ ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ । ମୃତକଙ୍କ ନାମ ପଙ୍କଜିନୀ ନାଏକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୃତକଙ୍କ ସ୍ୱାମୀ ରମେଶ ମଦ୍ୟପାନ କରି ଘରକୁ ଆସିଥିଲା । ସ୍ତ୍ରୀ ପଙ୍କଜିନୀଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ଏହିକ୍ରମରେ ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ବଚସା ହୋଇଥିଲା । ଏଥିରେ ରମେଶ ରାଗିଯାଇ ଘରେ ପଡିଥିବା ଏକ ବାଡ଼ିରେ ପଙ୍କଜିନୀଙ୍କୁ ପିଟି ପିଟି ହତ୍ୟା କରିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏପିରିକି ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login