
ନିର୍ବାଚନ ଆସିଲେ ନେତା ମାନଙ୍କର ପାରିଲା ପଣିଆ ବଖାଣିବା ପାଇଁ ନିର୍ବାଚନରେ ଠିଆ ହୋଇଥିବା ପ୍ରାର୍ଥୀ ଆଉ ତାଙ୍କର ଚେଲା ମାନଙ୍କର ସଞ୍ଜରୁ ସକାଳ ଦୂଆର ମୁନ୍ଧରେ ଲମ୍ବା ଲାଇନ ଲାଗିଯାଇଥାଏ | ଯେମିତି ଏମାନେ ଲୋକଙ୍କ ସମସ୍ୟା ଗୋଟେ ମିନିଟରେ ଦୂର କରିଦେବେ | ଏମାନଙ୍କ ପାଇଁ ଯେମିତି ପ୍ରତ୍ୟେକ ଗାଁ ବିକଶିତ ହୋଇ ଉଠିବ | ଥରେ ଭାବନ୍ତୁ ବିଗତ ପାଞ୍ଚ ବର୍ଷରେ ଆପଣ ଯେଉଁ ଆପଣଙ୍କ ନେତା ବାଛିଥିଲେ କଣ ଠିକ ବାଛିଥିଲେ ନା ସେ ଆପଣଙ୍କ ଅଞ୍ଚଳର କିଛି ବିକାଶ କରିଥିଲେ | ଏଠି ସମସ୍ତେ ପଦବୀ ଲୋଭି | ପଦବୀ ଲୋଭରେ ନାନା ମିଥ୍ୟା କଥା କହି ଲୋକଙ୍କୁ ଭରଷା ଦେଇପାରିବେ କିନ୍ତୁ ଲୋକଙ୍କ ଭରଷା ରଖି ପାରିବେନି | କିଛି ଅଛନ୍ତି ଯେଉଁମାନଙ୍କ ମନରେ ଥାଏ ଗାଁର ବିକାଶ କରିବା ପାଇଁ କିନ୍ତୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଥାଏ | ଲୋକବି ଏତେ ବୋକା ନୁହଁନ୍ତି କିନ୍ତୁ ଲୋକ ବୋକାଙ୍କ ଭଳି ନିଜ ମୁଣ୍ଡଟାକୁ ଅନ୍ୟ ନେତା ମାନଙ୍କ ପାଖରେ ବିକି ଦିଅନ୍ତି କେତେଟା ଟଙ୍କା ଲୋଭରେ | କଣ ନିଜର ମୂଲ୍ୟ କେବଳ କେଇଟା ଟଙ୍କା | ନିଜର ସ୍ୱାଧୀନତା କିଛି ନାହିଁ | କେବଳ ଖଣ୍ଡେ ଭୋଟ ପାଇଁ ଖଣ୍ଡେ ପାଞ୍ଚ ଶହ ଟଙ୍କା ହେଉ କି ହଜାର ଟଙ୍କା ଧରି ଦେଲେ ହେବନି ନିଜର ସ୍ୱାଭିମାନ କଥା ଭାବ | ତମେ ଯେଉଁ ଲୋକଠାରୁ ପଇସା ଖାଇକି ଭୋଟ ଦେଉଛ | ସେ ବି ଜିତିଲା ପରେ ତମକୁ କେଉଁ ରାଜଗାଦିରେ ବସେଇବନି କି ନିଜ ଗାଁର ବିକାଶ କଥା ଭାବିବନି | ଏଠି ସ୍ୱାର୍ଥ ଥିଲେ ଉପାୟ ମିଳୁଛି କଳେ ବଳେ କୌଶଳେ |
ତେଣୁ ନିଜ ସ୍ୱାଧୀନତାକୁ ଅନ୍ୟ ଆଗରେ ବିକି ଦିଅନାହିଁ | ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ଅଛି ଭୋଟ ଦେବାପାଇଁ | ତେଣୁ ସମସ୍ତେ ସ୍ୱଇଚ୍ଛାରେ ଭୋଟ ଦେଇ ନିଜ ଅଞ୍ଚଳର ପ୍ରାର୍ଥୀ ବାଛନ୍ତୁ | ନିଜ ମୁଣ୍ଡକୁ ଅନ୍ୟ ଆଗରେ କେଇଟା ଟଙ୍କା ପାଇଁ ବିକନ୍ତୁନି | ଗଣତନ୍ତ୍ରର ମେରୁଦଣ୍ଡ ନିର୍ବାଚନ ହୋଇଥାଏ | ଏହି ନିର୍ବାଚନ ପକ୍ରିୟା ସେତେବେଳେ ସଫଳ ହୁଏ ଯେତେବେଳେ ଜନତା ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟ ଯୁକ୍ତ କରାଇଥାଆନ୍ତି | ଏବଂ ନିର୍ବାଚନ ବେଳେ କାହାକୁ ଡରାଇ ଧମକାଇ ଭୋଟ ଖଣ୍ଡେ ହାତେଇବା ପାଇଁ କେହି ଚେଷ୍ଟା କରନ୍ତୁ ନାହିଁ | ଏବଂ ଯେଉଁ ବ୍ୟକ୍ତି ଜଣକ ଭୋଟ ଦେବେ ସେ କେଉଁ ଚି଼ହ୍ନରେ ଭୋଟ ଦେବେ ସେଟା ତାଙ୍କ ଇଚ୍ଛା ତାଙ୍କୁ କେହି ବାର ବାର ପଚାରିବା ଉଚିତ ନୁହେଁ | ସରକାରୀ ସ୍ତରରେ ବେସରକାରୀ ସ୍ତରରେ ପ୍ରତ୍ୟେକ ନାଗରିକଙ୍କୁ ଏସବୁ ଦିଗରେ ସଚେତନତ କରାଯାଉ | କିଛି ଲୋକମାନେ ମଧ୍ୟ ଅଛନ୍ତି ଭୋଟ ଦେବେନି ବୋଲି ଘରେ ଲୁଚିକି ରହିଯାଆନ୍ତି କିନ୍ତୁ ଏଭଳି କରିବା ଉଚିତ ନୁହେଁ | କାରଣ ଖଣ୍ଡେ ଭୋଟ ଗୋଟେ ଉତ୍ତମ ପ୍ରାର୍ଥୀକୁ ଜିତେଇ ପାରେ ଏବଂ ହରାଇବି ପାରେ | ତେଣୁ ସମସ୍ତଙ୍କୁ ଏସବୁ ବିଷୟରେ ଅବଗତ କରାଇବା ଉଚିତ | ଭୋଟ ଦେବା ପକ୍ରିୟା ଗୋପନୀୟ ଥାଏ ତେଣୁ ଏହି ଗୋପନୀୟତାକୁ ଅନ୍ୟ କେଉଁଠାରେ ପ୍ରଘଟ କରିବା ଉଚିତ | ଯିଏ ପଚାରିବେ ଆମକୁ ଭୋଟ ଦେଇଛ ନା ହଁ ଭୋଟ ଦେଇଛି | ଆଉ ଯିଏ ପଚାରିବେ କେଉଁ ଚି଼ହ୍ନରେ ଭୋଟ ଦେଇଛ | ସେତେବେଳେ କହିବ ହଁ ଏଟା ମୋ ବ୍ୟକ୍ତିଗତ କଥା | କାରଣ ୧୮ ବର୍ଷରୁ ଉର୍ଦ୍ଧ ହେଲେ ଜଣେ ବ୍ୟକ୍ତି ଭୋଟ ଦେଇ ପାରିବ | ସେ ନାରୀ ହୁଅନ୍ତୁ କି ପୁରୁଷ | ତେଣୁ ଅଧିକରୁ ଅଧିକ ମତଦାନ କରିବା ନିହାତି ଆବଶ୍ୟକ |